ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଖାମଣା ଗାଁର ଅଗ୍ନି ବିପନ୍ନଙ୍କୁ ସେମବାର ସହାୟତା ପ୍ରଦାନ କରାଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବିଜେଡି ଯୁବ ନେତା ଅରୁଣାଭ ସିଂହ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ଚାଉଳ ବଣ୍ଟନ କରିଥିଲେ। ଏଥି ସହିତ ବଅଁରପାଳ ତହସିଲଦାର ଓ ବଳରାମପ୍ରସାଦ ରାଜସ୍ବ ନିରକ୍ଷକଙ୍କ ସହିତ ଆଲୋଚନାକରି ସରକାରଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ପ୍ରଦାନ କରିବା ନେଇ ଆଲୋଚନା କରିଥିଲେ। ସୂଚନା ଯେ, ଶନିବାର ଅପରାହ୍ନରେ ଗାଁର ବିନୟ ନାଏକ, ଅଜୟ ନାଏକ, ପ୍ରଭାକର ନାଏକ ଓ ମିନି ନାଏକଙ୍କ ୬ ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
ଅଗ୍ନି ବିପନ୍ନଙ୍କୁ ସହାୟତା
- Post published:February 14, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray
Tags: Angul
You Might Also Like
ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି: ବିଜେଡି ରାଜ୍ୟ ପରିଷଦରେ ଅନୁଗୁଳର ୬ ବଡ଼ ନେତା
ଲକ୍ଷ୍ମୀ ହୋଣ୍ଡାର ବଜାର ପ୍ରବେଶ କଲା ହୋଣ୍ଡା ସାଇନ୍ ସେଲିବ୍ରେସନ ଏଡିସନ: ମାତ୍ର ୧୧୦୦ ଟଙ୍କା ଦେଇ ଆଜି ହିଁ ଘରକୁ ନେଇ ଆସନ୍ତୁ, ମାଗଣାରେ ମିଳିବ ହେଲମେଟ୍ ସହ ଆକର୍ଷଣୀୟ ଉପହାର









