ଅନୁଗୁଳ: ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ଦାସଙ୍କ ଉପରେ ଶୁକ୍ରବାର ଅପରାହ୍ନରେ ଆକ୍ରମଣ ହୋଇଛି। ଛୁଟି ନାମଂଜୁର କରିବାରୁ ରାତ୍ର ଜଗୁଆଳି ଏକ ଭୁଜାଲିରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଅଶୋକ ନାଏକ ଏହି ପ୍ରତିଷ୍ଠାନରେ ରାତ୍ର ଜଗୁ ଆଳି ଭାବେ କାର୍ଯ୍ୟ କରି ଆସୁଛନ୍ତି। ଅଶୋକ ବହୁବାର ଛୁଟିରେ ରହିବାକୁ ଆବେଦନ କରିଥିଲେ ହେଁ ତାଙ୍କ ଆବେଦନ ନାମଞ୍ଜୁର କରିଦିଆ ଯାଉଥିବାରୁ ସେ ଉତ୍ଯକ୍ତ ହୋଇପଡ଼ିଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଶାସକ୍ତ ଅବସ୍ଥାରେ ଏକ ଭୁଜାଲି ଧରି ଅନୁଷ୍ଠାନକୁ ଆସିବା ସହ ଗାଳିଗୁଲଜ କରି କର୍ମଚାରୀଙ୍କୁ ଭୟଭିତ କରିଥିଲେ। ଏହା ଦେଖୁ ଅଧ୍ୟକ୍ଷ ଡ. ଦାସ ଅଶୋକଙ୍କୁ ବାରଣ କରିବାରୁ ସେ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଅଧ୍ୟକ୍ଷଙ୍କ ହାତରେ ଭୁଜାଲି ବାଜି କ୍ଷତ ସୃଷ୍ଟି ହୋଇଥିବା ବେଳେ ଅନୁଷ୍ଠାନର ପ୍ରଶିକ୍ଷକ, କର୍ମଚାରୀ ତୁରନ୍ତ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତ ଅଶୋକକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
ଭୁଜାଲି ଚୋଟରେ ଡିଆଇଇଟି ଅଧ୍ୟକ୍ଷ ଆହତ
- Post published:July 17, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
