ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଛକରୁ ଏକ ସ୍କୁଟର ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଚୋରୀ ହୋଇଛି। ସୂଚନା ମୁତାବକ, ବସଲା ମୁଣ୍ଡାଢ଼ିପ ସାହିର ପ୍ରମୋଦ କୁମାର ସାହୁ ବୁଧବାର ସକାଳେ ବନ୍ତଳା ଷ୍ଟେଟ ବ୍ୟାଙ୍କ ଶାଖାରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ତାଙ୍କ ସ୍କୁଟି ଡିକିରେ ରଖି ବନ୍ତଳା ଛକର ଏକ ଦୋକାନକୁ ଯାଇଥିଲେ। ସେଠାରୁ ଫେରି ଦେଖିଲା ବେଳକୁ ଡିକି ଭାଙ୍ଗି କେହି ଟଙ୍କା, ୨ଟି ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନେଇ ଯାଇଛି। ଏ ନେଇ ଗୁରୁବାର ପ୍ରମୋଦ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଥାନା କେସ୍ ନଂ ୧୯୬/୨୨ରେ ଦଫା ୩୭୯ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।
ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଚୋରୀ
- Post published:June 3, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
