ବିକାଶ ଫାଉଣ୍ଡେସନ ପକ୍ଷରୁ ଟିବି ରୋଗୀଙ୍କୁ ରାସନ କିଟ୍ ପ୍ରଦାନ

You are currently viewing ବିକାଶ ଫାଉଣ୍ଡେସନ ପକ୍ଷରୁ ଟିବି ରୋଗୀଙ୍କୁ ରାସନ କିଟ୍ ପ୍ରଦାନ

ଅନୁଗୁଳ: ଆଜି ମୋଦିଙ୍କ ୭୨ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ଏହି କ୍ରମରେ ଅନୁଗୁଳ ଜିଲ୍ଲାର କେତେକ ଟିବି ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଛି ଅଗ୍ରଣୀ ସେବା ଅନୁଷ୍ଠାନ ବିକାଶ ଫାଉଣ୍ଡେସନ ଗ୍ରୁପ। ଏ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏନଏଚଏମ୍ ସମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ତ୍ରିଲୋଚନ ପ୍ରଧାନ ଯୋଗ ଦେଇଥିଲେ। ଏଥିସହ ଟିବି ଅଫିସର ଡ. ବିଶ୍ୱରଞ୍ଜନ ମହାନ୍ତି, ରୁଚିର କୁମାର ନନ୍ଦ, ପ୍ରଦୀପ ଦଳ ବେହେରା, ଜିଲ୍ଲା ପ୍ରୋଗ୍ରାମ କାଉନସିଲର ବାବୁଲି ପ୍ରଧାନ ଓ ଡିପିଏମ୍ ଦୀପକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଅନୁଗୁଳ ଜିଲ୍ଲାରୁ ପ୍ରାୟ ୨୨ ଜଣ ଟିବି ରୋଗୀଙ୍କୁ ବିକାଶ ଫାଉଣ୍ଡେସନ ପକ୍ଷରୁ ରାସନ କିଟ୍ ପ୍ରଦାନ କରାଯାଇଥିଲା। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଟିବି ରୋଗୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ପତ୍ରକୁ ଫାଉଣ୍ଡେସନର କର୍ମକର୍ତ୍ତାମାନେ ବଣ୍ଟନ କରିଥିଲେ।

Share

Leave a Reply