୭ରେ ଅନୁଗୁଳରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ମ ପଢ଼ିଥିଲେ ବି କରିପାରିବେ ଅଂଶଗ୍ରହଣ

You are currently viewing ୭ରେ ଅନୁଗୁଳରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ମ ପଢ଼ିଥିଲେ ବି କରିପାରିବେ ଅଂଶଗ୍ରହଣ

ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (OSDA) ଆନୁକୂଲ୍ୟରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଆସନ୍ତା ୭ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ଏହା ଅନୁଷ୍ଠିତ ହେବ। ନିଯୁକ୍ତି ମେଳାରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ ଓ ସହାରାଞ୍ଚଳର ୧୮ରୁ ୩୫ ବର୍ଷ ବୟସ୍କ ୫ମ ଶ୍ରେଣୀ ଠାରୁ ସ୍ନାତକ, ଆଇ.ଟି.ଆଇ ଏବଂ ଡିପ୍ଲୋମା ପାସ୍ ପ୍ରାର୍ଥୀ ଅଂଶଗ୍ରହଣ କରିବା ସହ ଦକ୍ଷତା ବିକାଶ ତାଲିମ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ଆଧାର କାର୍ଡ ଓ ପାସପୋର୍ଟ ଫଟୋ ସହିତ ନିଯୁକ୍ତି ମେଳାରେ ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯୋଗ ଦେଇପାରିବେ।

Share

Leave a Reply