ଅନୁଗୁଳ: ଆସନ୍ତା କଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଆସୁଥିବା ବେଳେ ଏହି ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ଗୁରୁବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ମମିତା ମେହେରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ନବୀନ ପଟ୍ଟନାୟକ ଗୋ-ବ୍ୟାକ୍ ନାରା । ଲେଖି ପୋଷ୍ଟର ଲଗାଇଛନ୍ତି। ଏଥିସହିତ ଅନୁଗୁଳ ଜିଲ୍ଲା ପ୍ରତି ସବୁବେଳେ ରାଜ୍ୟ ସରକାର ବୈମାତୃକ ମନୋଭାବ ପରିବେଷଣ କରି ଆସୁଛନ୍ତି। ଜିଲ୍ଲାରେ ବିଶ୍ଵ ବିଦ୍ୟାଳୟ ନାହିଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ପଦବୀ ଖାଲି ରହିଛି, ତାଳଚେର ମେଡ଼ିକାଲ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ, ଜିଲ୍ଲାରେ ବହୁ ମାତ୍ରାରେ କଳକାରଖାନା ଥିଲେ ମଧ୍ୟ ବହୁ ଯୁବକ ଯୁବତୀ ବେକାର ହୋଇ ରହିଛନ୍ତି। ଏଣୁ ଆସନ୍ତା ୨୦ ତାରିଖରେ ନବୀନ ପଟ୍ଟନାୟକଙ୍କୁ ଅନୁଗୁଳ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାକୁ ଆସିଲେ ତାଙ୍କୁ ଅଣ୍ଡା, ଟମାଟୋ ମାରି କଳା ପତକା ପ୍ରଦର୍ଶନ କରି ସ୍ବାଗତ କରିବ ବୋଲି ଚେତାବନୀ ଦେଇଛି ଛାତ୍ର ଓ ଯୁବ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ସଭାପତି ବିଶ୍ବରଞ୍ଜନ ପାଣିଗ୍ରାହୀ, ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଲବୀର ସିଂହ, ବରିଷ୍ଠ କଂଗ୍ରେସ ନେତା ସତ୍ୟଜିତ ସାହୁ, ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ମିଶ୍ର, ସଂଗ୍ରାମ ବେହେରା, ଅସିତ ସାହୁ, ଅଭିଷେକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ
- Post published:November 19, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
