ଜେଲରେ ସନ୍ଦେହଜନକ ଅବସ୍ଥାରେ ଡାକ୍ତର ମୃତ, ନାବାଳିକାଙ୍କୁ ଅସଦାଚରଣ ମାମଲାରେ ହୋଇଥିଲେ ଗିରଫ

You are currently viewing ଜେଲରେ ସନ୍ଦେହଜନକ ଅବସ୍ଥାରେ ଡାକ୍ତର ମୃତ, ନାବାଳିକାଙ୍କୁ ଅସଦାଚରଣ ମାମଲାରେ ହୋଇଥିଲେ ଗିରଫ

ଅନୁଗୁଳ : ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇ ଜେଲରେ ସଜ୍ଜା କାଟୁଥିବା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ଡାକ୍ତର ବାଘୁଆବୋଲର ବରିଷ୍ଠ ଚିକିତ୍ସକ ଡା. ପ୍ୟାରୀମୋହନ ପ୍ରଧାନ ବୋଲି ଜଣାଯାଇଛି। ତେବେ ଡାକ୍ତରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତ ଡାକ୍ତରଙ୍କ ପରିବାର ଲୋକଙ୍କ ସମେତ ତାଳଚେରବାସୀ ଅନୁଗୁଳ ଆରକ୍ଷୀ ଅଧିକାରୀଙ୍କ ଅଫିସ ଘେରାଉ କରିଛନ୍ତି।

ପୋଲିସ ସୂଚନା ମୁତାବକ, ରୋଗୀ ଦେଖିବା ବେଳେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଡା. ପ୍ୟାରୀମୋହନ ପ୍ରଧାନ ଗିରଫ ହୋଇଥିଲେ। ଅନୁଗୁଳ ଜେଲରେ ଥିବା ବେଳେ ଗତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ରାତିରେ ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।
ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିନା ପ୍ରାଥମିକ ତଦନ୍ତରେ ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କୁ ଗିରଫ କରିବା ଓ ଜେଲରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ନ ମିଳିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

Share

Leave a Reply