ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

You are currently viewing ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କଲେ ବୋହୂ

ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ନିଜ ସ୍ୱାମୀ ତଥା ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ସେ ଗତ ବର୍ଷ ମେ’ ମାସରେ ମହୀଧରପୁରର ହରିହର ପ୍ରସାଦଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ମିଶି ଅଧିକ ଯୌତୁକ ଦାବି କରିଥିଲେ। କିନ୍ତୁ ତାଙ୍କ ବାପଘର ଲୋକ ଅଧିକ ଯୌତୁକ ଦେବାରେ ଅସମର୍ଥ ଥିଲେ। ଏଣୁ ସେମାନେ ମହିଳାଙ୍କୁ ମାରପିଟ କରୁଥିଲେ। ଏପରିକି କିରୋସିନ ଢାଳି ପୋଡ଼ି ଦେବାକୁ ବି ଉଦ୍ୟମ କରିଥିଲେ।
ଏ ନେଇ ମହିଳା ଜଣକ ନିଜ ବାପଘର ଲୋକଙ୍କୁ ଜଣାଇବା ପରେ ଭଦ୍ର ଲୋକଙ୍କ ଉପସ୍ଥିତିରେ ଉଭୟ ପରିବାର ମଧ୍ୟରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ହେଲେ କୌଣସି ସମାଧାନ ନହେବାରୁ ମହିଳା ଶନିବାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply