ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ, ୫ ଅଟକ

You are currently viewing ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ, ୫ ଅଟକ

ଅନୁଗୁଳ: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପଞ୍ଚାୟତ ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଡ୍ରାଇଭର ଜଣକ ହେଲେ ସେହି ପଂଚାୟତ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ।ପୁଲିସ୍ ସୁଚନା ମୁତାବକ ବୁଧବାର ରାତିରେ ସାପୋଇନାଳି ସ୍ଥିତ ରାଜିବଭନରେ ୬ଜଣ ଟ୍ରାକ୍ଟର ଡ୍ରାଇଭର ଭୋଜି କରୁଥିଲେ । ଭୋଜିକରି ଅନ୍ୟ ଡ୍ରାଇଭର ମାନେ ଚାଲିଯାଇଥିବା ବେଳେ ଦୀପକ ଘରକୁ ନଯାଇ ସେଠାରେ ଶୋଇ ରହିଥିଲେ । ଘରକୁ ପୁଅ ଫେରିବାରେ ବିଳମ୍ବ ଦେଖି ଖୋଜିବା ପରେ ରାଜିବ ଭବନରେ ଦୀପକର ମୃତ ଦେହ ପରିବାର ଲୋକ ପାଇଥିଲେ ।ଏ ନେଇ ମୃତକ ଦୀପକଙ୍କ ବାପା ପୁଅର ସନ୍ଦେହ ଜନକ ମୃତ୍ୟୁକୁ ନେଇ ବାଗଡିଆ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହିତ ରାତିରେ ଭୋଜି କରୁଥିବା ଅନ୍ୟ ଯୁବକ ମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପୁଲିସ୍ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଏହା ହତ୍ୟା ନା ଅନ୍ୟ କୈାଣସି କାରଣ ରହିଛି ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ବାଗଡିଆ ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି ।

Share

Leave a Reply