ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବି: ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ କଲେ ଗୋପାଳପ୍ରସାଦ ଗ୍ରାମବାସୀ

You are currently viewing ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବି: ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ କଲେ ଗୋପାଳପ୍ରସାଦ ଗ୍ରାମବାସୀ

ତାଳଚେର: ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ସୋମବାର ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ,କୋଇଲା ପରିବହନ ରାସ୍ତା ଆଦି ଅବରୋଧ କରିବାରୁ ଖଣିରୁ କୋଇଲା ଉତ୍ପାଦନ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ସୂଚନା ମୁତାବକ, ଗୋପାଳପ୍ରସାଦ ତୃତୀୟ ପର୍ଯ୍ୟାୟ ଜମିହରା ପ୍ରଜାମାନଙ୍କର ୧୮୭ଟି ନିଯୁକ୍ତି ସମ୍ବନ୍ଧୀୟ ଫାଇଲକୁ ଏମସିଏଲ୍ ପକ୍ଷରୁ ଏପର୍ଯ୍ୟନ୍ତ ଅନୁମୋଦନ କରାଯାଇନାହିଁ। ସେମାନଙ୍କୁ ପ୍ରତାରଣା କରାଯାଉଛି ବୋଲି ଆନ୍ଦୋଳନକାରୀ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏଥିସହ ପ୍ରଥମ ପର୍ଯ୍ୟାୟ ଜମିହରା ପ୍ରଜାଙ୍କୁ ଥଇଥାନ କରିବା ପାଇଁ ପ୍ଲଟ ଦେବାକୁ ଦାବି କରାଯାଇଥିଲା। ଯଦି ପ୍ଲଟ ଦେବାରେ ଖଣି କର୍ତ୍ତୃପକ୍ଷ ଅସମର୍ଥ ହୁଅନ୍ତି ତେବେ ନୂଆ ଦରରେ ପ୍ଲଟ ବାବଦକୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅନ୍ୟପଟେ ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ଜମିହରା ପ୍ରଜାମାନେ ଚେତାବନୀ ଦେଇଛନ୍ତି।

Share

Leave a Reply