ତାଳଚେରର ସାମଗ୍ରିକ ବିକାଶ ପାଇଁ ନୂତନ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ପୂର୍ବତନ ସାଂସଦ

You are currently viewing ତାଳଚେରର ସାମଗ୍ରିକ ବିକାଶ ପାଇଁ ନୂତନ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ପୂର୍ବତନ ସାଂସଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ପକ୍ଷରୁ ଆଜି ଅନୁଷ୍ଠାନର ପ୍ରତିଷ୍ଠାତା ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ ନୂତନ ଭାବେ ଯୋଗଦେଇ ଥିବା ଉପଜିଲ୍ଲାପାଳ ଆଇଏଏସ ସମୀର ଜେନାଙ୍କୁ ସ୍ୱଜନ୍ୟ ମୂଳକ ସାକ୍ଷାତ କରି ଅନୁଷ୍ଠାନ ଦ୍ୱାରା ପ୍ରକାଶିତ “ତାଳଚେରର ଇତିହାସ ସଂସ୍କୃତି” ପୁସ୍ତକକୁ ପ୍ରଦାନ କରିବା ସହିତ ତାଳଚେର ଅଞ୍ଚଳରେ ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

ତାଙ୍କ ସହିତ ଥିଲେ ଅନୁଷ୍ଠାନର ସଭାପତି ଇଂ ରମେଶ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ ନିମାଇଁ ଚରଣ ପ୍ରଧାନ, ଆଇନ ଜୀବୀ ଅରବିନ୍ଦ ବାରିକ, ଅନୁଷ୍ଠାନର ବରିଷ୍ଟ ସଦସ୍ୟ ତଥା ସାମ୍ବାଦିକ ତପନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଉପଜିଲ୍ଲାପାଳ ରହଣି ମଧ୍ୟରେ ନିଶ୍ଚତ ଭାବେ ତାଳଚେରର ବିକାଶ ସହିତ ଗରିବ ଅବହେଳିତ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିକୁ ଆଖି ଆଗରେ ରଖି ନୀତି ନିୟମ ଅନୁସାରେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ।

Share

Leave a Reply