ଅନୁଗୁଳ: ବରଯାତ୍ରୀ ଶୋଭାଯାତ୍ରାରେ ବାଣ ବିସ୍ଫୋରଣ। ବାଣ ଫୁଟାଇବାକୁ ଆସିଥିବା ଯୁବକର ମୃତ୍ୟୁ। ମୃତକ ହେଲେ ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡା ଗ୍ରାମର ଉଗ୍ରସେନ ବେହେରା (୪୫)। ସୂଚନା ମୁତାବକ, ବୁଧବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅଧୀନସ୍ଥ ସୁଶୁପl ପଞ୍ଚାୟତ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ଏକ ବରଯାତ୍ରୀ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଦେବଗଡ଼ ଅଞ୍ଚଳକୁ ଯାଉଥିଲା। ଏହି ସମୟରେ ତୋପ ବାଣ ଫୁଟାଉଥିବା ବେଳେ ନିଆଁ ଝୁଲ ବାଣ ବସ୍ତା ଉପରେ ପଡିଯାଇ ବଡ଼ ବିସ୍ଫୋରଣ ହୋଇଥିଲା। ଫଳରେ ସେଠାରେ ବାଣ ଫୁଟାଉଥିବା ଉଗ୍ରସେନ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦିଆଯାଇଥିବା ରେଙ୍ଗାଳି ଆଇଆଇସି ଜୟନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ବରଯାତ୍ରୀ ଶୋଭାଯାତ୍ରାରେ ବାଣ ବିସ୍ଫୋରଣ, ବାଣ ଫୁଟାଇବାକୁ ଆସିଥିବା ଯୁବକ ମୃତ
- Post published:January 22, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul