ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗାଁର ଜଣେ ଚାଷୀ ମରୁଡ଼ି ପରିସ୍ଥିତି ନେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଯାହାଫଳରେ ସମଗ୍ର ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି। ବିଲରେ ପାଣି ନାହିଁ। ବିଲ ଫାଟି ଆଁ ହୋଇ ରହିଛି। ସୂଚନା ଅନୁଯାୟୀ, ୨୮ ତାରିଖ ସକାଳେ ବାରମଞ୍ଚା ଗାଁର ଶତ୍ରୁ ଧଳ(୪୫) ତାଙ୍କ ବିଲକୁ ଧାନ ଚାଷ ଦେଖିବାକୁ ଯାଇଥିଲେ। ସେଠାରେ ପାଣି ଅଭାବରୁ ବିଲରେ ଧାନ ଚାଷ ମରିବାକୁ ବସିଲାଣି। ଏହା ଦେଖି ତାଙ୍କର ମନରେ ଘୋର ଦୁଃଖ ଦେଖା ଦେଇଥିଲା। ଫଳରେ ଘରକୁ ଫେରି ରଖାଯାଇଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ପ୍ରବଳ ବାନ୍ତି ହେବାରରୁ ପରିବାର ଲୋକ ଅନୁଗୁଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଅପରାହ୍ନରେ ଶତ୍ରୁଙ୍କ ମୃତ୍ୟୁ ହୋଇଛି। ଏ ନେଇ ଖବର ପାଇବାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରି ପରିବାରକୁ ଶବ ହସ୍ତାନ୍ତର କରିଛି।
ମରୁଡ଼ି ପାଇଁ ଚାଷୀଙ୍କ ଆତ୍ମହତ୍ୟା !
- Post published:August 30, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
