ସ୍ତ୍ରୀ ଚରିତ୍ର ସନ୍ଦେରେ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

You are currently viewing ସ୍ତ୍ରୀ ଚରିତ୍ର ସନ୍ଦେରେ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ମରଣାତ୍ମକ ଆକ୍ରମଣ ଘଟଣାରେ ସ୍ବାମୀଙ୍କୁ ଗିରଫ କରିଛି ପୁଲିସ।

ସୂଚନା ମୁତାବକ, ବନ୍ତଳା ଥନା ଅନ୍ତର୍ଗତ ଅଦିଆଘାଇ ଗାଁର ନିଲମ ଗୋଚ୍ଛାୟତ(୩୦) ୧୫ ବର୍ଷ ତଳେ ଗୋତମରା ଗାଁର ଚେରୁ ଗୋଚ୍ଛାୟତଙ୍କୁ ୨ୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ପୁଅ ଓ ଝିଅ ଥଲେ। ନିଲମ ଓ ଚେରୁଙ୍କର ଗୋଟିଏ ୧୩ ବର୍ଷର ପୁଅଟିଏ ଅଛି। ତେବେ ପ୍ରଥମ ସ୍ତ୍ରୀ ପୁଅ ବିବାହ ପରେ ସେଠାରେ ରହୁଛନ୍ତି ଚେରୁ। ନିଲମ ନିଜ ଗୁଜୁରାଣ ମେଣ୍ଯାଇବା ପାଇଁ ବାହାରେ କାମ କରନ୍ତି। ତେଣୁ ଚେରୁ ନିଲମଙ୍କ ଚରିତ୍ର ପ୍ରତି ସନ୍ଦେହକରି ଅନେକ ସମୟରେ ମାଡ଼ପିଟ କରନ୍ତି। ତେବେ ଶନିବାର ଏକ ଟାଙ୍ଗିଆରେ ଆକ୍ରମଣକରି ଏସିଡ଼ ପକାଇ ଦେବାକୁ ଉଦ୍ୟମ କରିବାରୁ ନିଲମ ଦୌଡ଼ି ପଳାଇଥିଲେ। ଏ ନେଇ ନିଲମ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଚେରୁଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply