ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

You are currently viewing ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମଦନ ମୋହନ ପାଟଣାସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ପୁଅଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ସାହିର ପ୍ରଫୁଲ ବେହେରା(୫୬) ଓ ତାଙ୍କ ସାନ ପୁଅଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ଏହାକୁ କେନ୍ଦ୍ରକରି ସୋମବାର ସକାଳେ ପ୍ରଫୁଲ ଖାଇ ବସିଥିବା ବେଳେ ତାଙ୍କୁ ଏକ ଠେଙ୍ଗାରେ ସାନପୁଅ ତପନ ବେହେରା(୨୩) ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ପ୍ରଫୁଲଙ୍କ ମୁଣ୍ଡ ଫାଟିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କ ବଡ଼ପୁଅ ତାଙ୍କୁ ଉଦ୍ଧାରକରି ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ପ୍ରଫୁଲ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସାନପୁଅ ତପନଙ୍କୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply