ବୋହୂକୁ କିରାସିନି ଢାଳି ହତ୍ୟା ଉଦ୍ୟମ ଘଟଣା ଥାନାରେ ଏତଲା, ଶ୍ଵଶୁର ଅଟକ

You are currently viewing ବୋହୂକୁ କିରାସିନି ଢାଳି ହତ୍ୟା ଉଦ୍ୟମ ଘଟଣା ଥାନାରେ ଏତଲା, ଶ୍ଵଶୁର ଅଟକ

ଅନୁଗୁଳ: ଅନୁଗୁଳ ହେମସୁରପଡ଼ାରେ ବୁଧବାର ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ମହିଳା ପୂଜା କରୁଥିବା ବେଳେ ତାଙ୍କ ଦେହକୁ କିରାସିନି ଢାଳି ତାଙ୍କ ଶ୍ୱଶୁର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ମହିଳା ଏବେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବାପା ଭଗବାନ ବାରିକ ଏନେଇ ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି। ଏତଲା କ୍ରମେ ପୁଲିସ୍ ମହିଳାଙ୍କ ଶ୍ୱଶୁର ଶଙ୍କର ନାୟକଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚୁରା କରୁଛି। ସୂଚନା ମୁତାବକ, ନିଆଁରେ ପୋଡ଼ି ହୋଇଥିବା ମହିଳା ହେଲେ ନାରାୟଣ ନାୟକଙ୍କ ପତ୍ନୀ ହରପ୍ରିୟା ନାୟକ(୩୫)। ହରପ୍ରିୟା ବୁଧବାର ସକାଳେ ଠାକୁରପୂଜା କରୁଥିବା ବେଳେ ତାଙ୍କ ଶ୍ୱଶୁର କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ହରପ୍ରିୟା ଜୀବନ ବିକଳରେ ବାହାରକୁ ଦୌଡ଼ି ଆସୁଥିବା ବେଳେ ତାଙ୍କ ଦିଅର ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଶରୀରର ୬୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁବାର ମହିଳାଙ୍କ ବାପା ଅନୁଗୁଳ ଥାନାର ଦ୍ବାରସ୍ଥ ହୋଇ ଏତଲା ଦେଇଛନ୍ତି।

Share

Leave a Reply