ଦୁଇ ପରିବାର ମଧ୍ୟରେ ମାଡ଼ପିଟ, ଦମ୍ପତି ଆହତ

You are currently viewing ଦୁଇ ପରିବାର ମଧ୍ୟରେ ମାଡ଼ପିଟ, ଦମ୍ପତି ଆହତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ବାଲିପଟ୍ଟା ଗ୍ରାମର ବିଳାସିନୀ ଗତ ବୁଧବାର ଅପରାହ୍ନରେ ତାଙ୍କ ଶାଶୁ ଓ ଝିଅ ସହିତ ମିଶି ଘର ଅଗଣାରେ ଖାଉଥିଲେ। ଏହି ସମୟରେ ମକାମୁଣ୍ଡା ଗ୍ରାମର ପ୍ରସନ୍ନ ସେଠୀ ଓ ନିର୍ମଳ ସେଠୀ ତାଙ୍କ ଘରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବିଳାସିନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ବିଳାସିନୀ ଚିତ୍କାର କରିବାରୁ ସାହି ଲୋକ ଏବଂ ତାଙ୍କ ସ୍ୱାମୀ ଆସି ଅଟକାଇଥିଲେ। ପରେ ସେମାନେ ଏକ ଠେଙ୍ଗାରେ ବିଳାସିନୀ ଓ ତାଙ୍କ ସ୍ୱାମୀ ହେମନ୍ତ କୁମାର ସେଠୀଙ୍କୁ ମାଡ଼ ମାରି ସେ ପିନ୍ଧିଥିବା ସୁନା ଚେନ ନେଇଯାଇଥିଲେ ବୋଲି ବିଳାସିନୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ନିର୍ମଳ ସେଠୀ ମଧ୍ୟ ବିଳାସିନୀ ଗଣ୍ଡଗୋଳ କରି ଅନୁରୂପ ଭାବେ ତାଙ୍କୁ ଆହତ କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ କେସ ନଂ ୧୮୭ ଓ ୧୮୮ରେ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Share

Leave a Reply