ପତ୍ନୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେବା ଅଭିଯୋଗ; ସ୍ୱାମୀ, ଶାଶୁ ଓ ଦେଢଶାଶୁଙ୍କ ନାଁରେ ମାମଲା

You are currently viewing ପତ୍ନୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେବା ଅଭିଯୋଗ; ସ୍ୱାମୀ, ଶାଶୁ ଓ ଦେଢଶାଶୁଙ୍କ ନାଁରେ ମାମଲା

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଇଛାପୂର ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ମାଡ଼ ମାରିବା ସହ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି।

ଇଛାପୂରର ସୁଭଦ୍ରା ନାୟକ ସୋମବାର ଦିନ ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଜସବନ୍ତ ନାୟକ, ଦେଢଶାଶୁ ବନିତା ନାୟକ ଏବଂ ତାଙ୍କ ଶାଶୁ ତାଙ୍କୁ ବିନା କାରଣରେ ଅନେକ ସମୟରେ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ସୋମବାର ମଧ୍ୟ ତାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିବା ସୁଭଦ୍ରା ଅଭିଯୋଗ କରିଛନ୍ତି।

ସୁଭଦ୍ରାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନମ୍ବର ୪୧୮/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply