ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ: ନିଆଁ ଲିଭାଇବା କୌଶଳ ଶିଖିଲେ ୪ ହଜାର ଛାତ୍ରଛାତ୍ରୀ

You are currently viewing ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ: ନିଆଁ ଲିଭାଇବା କୌଶଳ ଶିଖିଲେ ୪ ହଜାର ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଜରାସିଂହା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲର ୪ ହଜାର ସ୍କାଉଟ୍‌ ଓ ଗାଇଡ୍‌ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏ ଅବସରରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ନିଆଁ ଲିଭାଇବାର କଳା କୌଶଳ ବିଷୟରେ ଶିକ୍ଷା ଦେଇଥିଲେ। ଏଥିସହ ଜରୁରୀକାଳୀନ ସ୍ଥିତିରେ ବିପଦକୁ ମୁକାବିଲା କରିବା ଲାଗି ଟିପ୍ସ ବି ଦେଇଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply