ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗ ପକ୍ଷରୁ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ ଓ କୋଷାଧ୍ୟକ୍ଷ ପଞ୍ଚାନନ ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏ ଅବସରରେ ବିଭିନ୍ନ ପ୍ରକାର ପୁଷ୍ପ ପ୍ରଦର୍ଶନ କରାଯାଇଥିବା ବେଳେ ଆମ ଜୀବନରେ ଫୁଲମାନଙ୍କର ଭୂମିକା ସମ୍ପର୍କରେ ଶିକ୍ଷକ କହିଥିଲେ।
ଶିଶୁ ବାଟିକା ବିଭାଗ ପ୍ରମୁଖ ଅର୍ଚ୍ଚନା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ସରସ୍ୱତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଆଚାର୍ଯ୍ୟା ରୀତା ଭୂତିଆ, ବସନ୍ତ ମହାନ୍ତି, ପୁଷ୍ପାରାଣୀ ବେହେରା, ସବିତା ସାହୁ, ବୈଜୟନ୍ତୀ ସାହୁ, କଳ୍ପନା ସାହୁ, ରଞ୍ଜୁବାଳା ସାହୁ, ରାଗିଣୀ ସ୍ୱାଇଁ, କୁମୁଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।