ଅନୁଗୁଳ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ରୁଦ୍ର ନାରାୟଣ ପାଣି ମଙ୍ଗଳବାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀ ପାଣି ପାଇକସାହି ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚି ଦଳିୟ କର୍ମୀଙ୍କସହ ପଞ୍ଚାୟତ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ନେଇ ଆଲୋଚନା କରିଥିଲେ। ସେଠାରେ ପଞ୍ଚାୟତ ବିଜେପି ସଭାପତି ରାମଚନ୍ଦ୍ର ପଧାନ, ରଘୁନାଥ ରାଜହଂସ, ପ୍ରତାପ ଭୁତିଆ, ରବି ନାରାୟଣ ରାଜହଂସ, ପଙ୍କଜ କୁମାର ବେହେରା, ନିରାକାର କୁଦେଇ, ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପରେ ଶ୍ରୀ ପାଣି ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସମାଧିସ୍ଥଳ ପରିଦର୍ଶନ କରିଥିଲେ।
ପୂର୍ବତନ ସାଂସଦଙ୍କ ଆଠମଲ୍ଲିକ ଗସ୍ତ
- Post published:January 19, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
