ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଆଜି ସକାଳେ ସନ୍ତରାବନ୍ଧ ଠାରେ ୪ କୋଇଲା ବୋଝେଇ ମୋଟର ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ଟାକୁଆ ଗ୍ରାମର ଋଷଭ ମାଝୀ (୩୮), ଗୌତମ ବେହେରା (୨୬), ସନ୍ତୋଷ ପ୍ରଧାନ (୨୫) ଏବଂ ବ୍ରାହ୍ମଣବିଲର ପ୍ରଦୀପ ବେହେରା (୩୨) କଣିହାଁ ଅଞ୍ଚଳର ଜରଡା କୋଇଲା ଖଣିରୁ ୪ଟି ମୋଟର ସାଇକେଲରେ କୋଇଲା ଆଣୁଥିବା ବେଳେ ସନ୍ତରାବନ୍ଧ – ସାନ ସନ୍ତରାବନ୍ଧ ରାସ୍ତାରେ ଜଗି ରହିଥିବା ଛେଣ୍ଡିପଦା ପୋଲିସ ସେମାନଙ୍କୁ ଅଟକାଇ ଥିଲା। ସେମାନଙ୍କ ନିକଟରୁ ୪ଟି ମୋଟର ସାଇକେଲରେ ଅଖା ବସ୍ତାରେ ବୋଝେଇ ହୋଇଥିବା ପ୍ରାୟ ୧୨ କ୍ୱିଣ୍ଟାଲ କୋଇଲା ସହ ମୋଟର ସାଇକେଲ ଜବତ କରିଥିଲା।
ପୋଲିସ ୪ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ନାଁରେ ୧୧୧/୨୩ ରେ ଦଫା ୩୭୯, ୩୪ ଆଇପିସି ଏବଂ ଏମଏମଡିଆର ଆକ୍ଟରେ ମାମଲା ରୁଜୁ କରିବା ସହ କୋର୍ଟଚାଲାଣ କରିଛି।