ଗଞ୍ଜେଇ ବେପାରୀଙ୍କ ଘରେ ପୁଲିସ ଚଢ଼ାଉ, ୨୦ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ

You are currently viewing ଗଞ୍ଜେଇ ବେପାରୀଙ୍କ ଘରେ ପୁଲିସ ଚଢ଼ାଉ, ୨୦ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ସାପୋଇନାଳି ଗାଁର ଗଞ୍ଜେଇ ବେପାରି ଚିତରଞ୍ଜନ ସାହୁ ଓରଫ ପିଣ୍ଟୁ(୩୫)ଙ୍କ ଘରେ ଶନିବାର ପୋଲିସର ଚଢ଼ାଉ କରିଛି। ଗଞ୍ଜେଇ କାରବାରରେ ଠୁଳ କରିଥିବା ବେଆଇନ୍ ସମ୍ପତ୍ତିକୁ ଜବତ କରିବା ପାଇଁ ଭୋର ୩ଟାରୁ ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା, ଅନୁଗୁଳ ଏସଡିପିଓ ଭବାନୀ ଶଙ୍କର ଉଦଗାତା ଓ ଛେଣ୍ତିପଦା ଥାନା ଅଧିକାରି ଧିରେନ କୁମାର ବେହେରାଙ୍କ ନେତୃତ୍ବରେ ପୁଲିସ ଟିମ୍ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ଚିତ୍ତରଞ୍ଜନଙ୍କ ଘରୁ ନଗଦ ୨୦ ଲକ୍ଷ୍ୟ ୫୦ ହଜାର ଟଙ୍କା, ଗୋଟିଏ ଟେଣ୍ଟେହାଉସ୍ ରୁ ୫୦ ଲକ୍ଷ୍ୟରୁ ଉର୍ଧ ଟଙ୍କାର ଟେଣ୍ଟେ ସାମଗ୍ରି, ଏହା ସହ ପରିବାର ସଦସ୍ୟଙ୍କର ବିଭିନ୍ନ ବ୍ୟାଙ୍କର ୨୦ ଟି ଖାତା ସହ ଟ୍ରାକ୍ଟର ,ଧାନ ଅମଳ ମେସିନ୍ ,ଗୋଟିଏ କାର ଆଦି ଜବତ କରିବା ସହ ବହୁ ଜମିଜମାର ପଟ୍ଟା ଜବତ କରିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ଏକ କୋଟି ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତିର ଠାବ କରିସାରିଲାଣି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଚଢ଼ାଉ ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଜିବ ବୋଲି ପୁଲିସ ପ୍ରକାଶ କରିଛି।

Share

Leave a Reply