ଟାଟା ଷ୍ଟିଲ କାରଖାନାରେ ଗ୍ୟାସ ଲିକ,୧୯ ଆହତ

You are currently viewing ଟାଟା ଷ୍ଟିଲ କାରଖାନାରେ ଗ୍ୟାସ ଲିକ,୧୯ ଆହତ

ଅନୁଗୁଳ: ଆଜି ଦିନ ପ୍ରାୟ ଗୋଟାଏ ବେଳେ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ କାରଖାନାରେ ବ୍ଲାଷ୍ଟ୍ ଫର୍ଣେସ ୨ର ପାଇପ ଲାଇନ୍ ରେ ଉତ୍ତପ୍ତ ଗ୍ୟାସ ଲିକ୍ କରିବାରୁ ସେଠାରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ପୋଡ଼ି ଗୁରୁତର ଆହତ ହୋଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିନ ଗୋଟାଏ ବେଳେ ଉତ୍ତପ୍ତ ହଟ ମେଟାଲ ପାଇପ ଲାଇନ୍ ଦେଇ ଯାଉଥିବା ବେଳେ ଗୋଟିଏ ଜାଗାରେ ଲିକ୍ କରୁଥିବା ଜଣା ପଡ଼ିଥିଲା। ଏହାକୁ ସଜାଡ଼ିବା ପାଇଁ ଉଚ୍ଚ ଅଧିକାରୀଙ୍କ ସମେତ ଅପରେଟର ମାନେ ଏକ ଭାଲଭକୁ ମରାମତି କରୁଥିଲେ। କିନ୍ତୁ ଏହା ସଫଳ ହୋଇନଥିଲା। ବରଂ ଗ୍ୟାସ ଉଚ୍ଚ ତାପ ଓ ଚାପ ଯୋଗୁଁ ପ୍ରାୟ ୮୦୦ ଡିଗ୍ରୀ ସେଲସିଅସ୍ ତାପମାତ୍ରାର ଗ୍ୟାସ ବହୁଳ ପରିମାଣରେ ଲିକ୍ ହେବାରୁ ଏଭଳି ଅଘଟଣ ଘଟିଥିଲା। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି। ତେବେ କମ୍ପାନୀ ନିଜ ଅଫିସିଆଲ୍ ବୁଲେଟିନରେ ଅଳ୍ପ କିଛି ଲୋକ ଆହତ ହୋଇଥିବା ସୂଚନା ଦେଇଛି।

ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଆହତଙ୍କ ମଧ୍ୟରେ ମ୍ୟାନେଜର ,ସିନିୟର୍ ମ୍ୟାନେଜର ପାହ୍ୟାର ଅଫିସର ଥିବା ଜଣା ପଡିଛି। ତିନି ଜଣଙ୍କୁ ଆଇସିୟୁରେ ରଖା ଯାଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।

Share

Leave a Reply