ଅନୁଗୁଳ: ସବୁ କଳ୍ପନାଜଳ୍ପନା ଓ ଅପେକ୍ଷାର ଅନ୍ତ ଘଟାଇ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି କ୍ରମରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳି ପାଇଁ ସୁଶାନ୍ତ ବେହେରାଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ପାଳଲହଡା ନିର୍ବାଚନ ମଣ୍ଡଳୀ ପାଇଁ ମୁକେଶ ପାଳଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଛି। ଉଭୟଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।
ବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: ପୁଣି ଛେଣ୍ଡିପଦାରୁ ସୁଶାନ୍ତ ଓ ପାଳଲହଡାରୁ ମୁକେଶ
- Post published:March 27, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
