ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଥିବା ନର୍ସିଂହୋମ୍ ସରୋଜିନୀ କେୟାରକୁ ମଙ୍ଗଳବାର ଅଚାନକ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସ୍ପି ଜଗମୋହନ ମୀନା ଓ ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନ ଗସ୍ତ କରି ବିଏସ୍କେୱାଇ କାର୍ଡ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଠାରେ ବିଏସ୍କେୱାଇ କାର୍ଡଧାରୀଙ୍କୁ ସଠିକ୍ ଚିକିତ୍ସାସେବା ମିଳୁଛି କି ନାହିଁ, ସେବାରେ କୌଣସି ସମସ୍ୟା ରହୁଛି କି ନାହିଁ ତାହା ପଚାରି ବୁଝିଥିଲେ। ଏଥିନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହ ଅଧିକାରୀମାନେ ଆଲୋଚନା କରିଥିଲେ।
ଘରୋଇ ହସ୍ପିଟାଲ୍ରେ ଜିଲ୍ଲାପାଳଙ୍କ ଯାଞ୍ଚ
- Post published:January 19, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
