ମୋତେ ମାଗଣା ମଦ ଦିଅ

You are currently viewing ମୋତେ ମାଗଣା ମଦ ଦିଅ

ଅନୁଗୁଳ: ମୋତେ ମାଗଣାରେ ମଦ ଦିଅ। ମଦ ଦୋକାନରେ ବାରମ୍ବାର ଗଣ୍ଡଗୋଳ କରି ଗିରଫ ହୋଇଥିବା ଯୁବକଙ୍କ କାରନାମା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ, ଅନୁଗୁଳ ବସଷ୍ଟାଣ୍ଡରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ୨୧ ତାରିଖ ରାତିରେ ହେମୁସୁରପଡ଼ାର ସନ୍ତୋଷ କୁମାର ଦେହୂରୀ ପହଞ୍ଚି ଧମକ ଦେଲା ଯେ, ତୁମେ ମୋ ନାରେ ଥାନାରେ ପୂର୍ବରୁ ଅଭିଯୋଗ କରିଥିଲ। ତେଣୁ ମୁଁ ଜେଲ ଯାଇଥିଲି। ବେଲ ହେବାପାଇଁ ୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ତେଣୁ ମୋ ୭ ହଜାର ଟଙ୍କା ଫେରା ଓ ମାଗଣାରେ ମଦ ଦିଅ ନହେଲେ ତୁମକୁ ଜୀବନରେ ମାରିଦେବି ବୋଲି ଧମକାଇଥିଲେ। ଏହାପରେ ଗାନ୍ଧିମାର୍ଗରେ ଥିବା ମଦ ଦୋକାନରେ ମଧ୍ୟ ପାଟିଗୋଳକରି ଧମକାଇଥିଲେ। ଏ ନେଇ ଦୋକାନ ମ୍ୟାନେଜର ଅମନ୍ ଶେଖର ୨୨ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ବୁଧବାର ସନ୍ତୋଷଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply