ଆଠମଲ୍ଲିକ ଉପଖଣ୍ଡର ୮ ଟି ପ୍ରକଳ୍ପକୁ ଗ୍ରୀନ ସିଗନାଲ, ୪୫ କୋଟି ୫୧ ଲକ୍ଷ ୯୦ ହଜାର ଟଙ୍କା ଅର୍ଥ ମଞ୍ଜୁରୀ

You are currently viewing ଆଠମଲ୍ଲିକ ଉପଖଣ୍ଡର ୮ ଟି ପ୍ରକଳ୍ପକୁ ଗ୍ରୀନ ସିଗନାଲ, ୪୫ କୋଟି ୫୧ ଲକ୍ଷ ୯୦ ହଜାର ଟଙ୍କା ଅର୍ଥ ମଞ୍ଜୁରୀ

ଆଠମଲ୍ଲିକ: ପୂର୍ତ୍ତବିଭାଗ ପକ୍ଷରୁ ଆଠମଲ୍ଲିକ ଉପଖଣ୍ଡର ୮ ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯିବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୮ ଟି ପ୍ରକଳ୍ପ ପାଇଁ ମୋଟ ୪୫ କୋଟି ୫୧ ଲକ୍ଷ ୯୦ ହଜାର ଟଙ୍କା ଅର୍ଥ ମଞ୍ଜୁରୀ କରାଯାଇଛି। ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଦୋହଲି -ହିମିତିରା-ବଡଦାଦର ରାସ୍ତାର ହିମିତିରା ନାଳ ପାଇଁ ୮ କୋଟି ୧୭ ଲକ୍ଷ ୨୩ ହଜାର ୭୨୩, କଦଳୀବେରଣୀ ରାସ୍ତାରେ ଏକ ପୋଲ ନିର୍ମାଣ ପାଇଁ ୫ କୋଟି ୩୫ଲକ୍ଷ ୨୨ ହଜାର ୬୪୮, ବଇଣ୍ଡା – ସୋଲଣ୍ଡା -ବିଲେଇନାଳୀ ରାସ୍ତାର ବାଙ୍କଧାରା ନାଳ ପାଇଁ ୩ କୋଟି ୯୦ ଲକ୍ଷ ୬୯ ହଜାର ୩୨୪, ଅର୍ଜୁନଧରା ନାଳରେ ପୋଲ ନିର୍ମାଣ ପାଇଁ ୪ କୋଟି ୪୨ ଲକ୍ଷ ୮୬ ହଜାର ୮୩୨, ୬୨ ନମ୍ବର ରାଜ୍ୟ ରାଜପଥର ବଇଣ୍ଡା -ଆଠମଲ୍ଲିକ -କିଆକଟା ରାସ୍ତାରେ ୨ ଟି ହାତୀ ଭୂତଳ ଚଲାପଥ ପାଇଁ ଯଥାକ୍ରମେ ୭ କୋଟି ୫୨ ଲକ୍ଷ ୨୦ ହଜାର ୪୬ ଓ ୭ କୋଟି ୩୦ ଲକ୍ଷ ୭୦ ହଜାର ୬୩୨, ଏନଏସିରେ ୩ ଶହ ସିଟର ଅଡିଟୋରିୟମ ପାଇଁ ୬ କୋଟି ୨୭ ଲକ୍ଷ ୧୭ ହଜାର ୩୫୪ ଓ ଆଠମଲ୍ଲିକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨ କୋଟି ୫୬ ଲକ୍ଷ ୩୩ ହଜାର ୩୫୪ ଏହିଭଳି ସମୁଦାୟ ୪୫ କୋଟି ୫୧ ଲକ୍ଷ ୯୦ ହଜାର ମୂଲ୍ୟର ୮ ଟି ପ୍ରକଳ୍ପକୁ ଗୁରୁବାର ପୂର୍ତ୍ତ ବିଭାଗ ଢେଙ୍କାନାଳ ମୁଖ୍ୟ ନିର୍ମାଣଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୫୪୧ / ତା. ୨୨.୦୨. ୨୦୨୩ ରେ ଟେଣ୍ଡର ପ୍ରକ୍ରିୟାକୁ ମଞ୍ଜୁରୀ ଦେଇଥିବା ଜଣାଯାଇଛି।
ପୂର୍ତ୍ତ ବିଭାଗ ଦ୍ୱାରା ଉକ୍ତ ପ୍ରକଳ୍ପଗୁଡିକ କାର୍ଯ୍ୟ କରାଗଲେ ପ୍ରକଳ୍ପଗୁଡିକର ମାନ ଉନ୍ନତମାନର ହୋଇପାରିବ ବୋଲି ଆଲୋଚନା ହେଉଛି।

Share

Leave a Reply