ଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

You are currently viewing ଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ” ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଦେଉଳ ବେଡା ସ୍ଥିତ ଆଗେଇବା କାର୍ଯ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯିବବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ଅନୁଷ୍ଠାନର ସଭାପତି ଡଃ ଉପେନ୍ଦ୍ର ପରିଡା ସଭାପତତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ସାଧାରଣ ସମ୍ପାଦକ ଇଂ ରମେଶ ଚନ୍ଦ୍ର ବେହେରା ଚଳିତ ବର୍ଷ ଏହି ଗୁରୁଦିବସ ପାଳନ କିପରି କରାଯିବ ତାର ରୂପରେଖ ସଂମ୍ପର୍କରେ ପ୍ରକାଶ କରିଥିଲେ। ଏଥି ସହିତ ସମସ୍ତ ସଦସ୍ୟ ସଦସ୍ୟା ମାନେ ସେମାନଙ୍କ ନିଜର ମତାମତ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଡଃ ବିନୟ ଖିଲାର, ପ୍ରେସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଗଦାଧର ସାହୁ,ତପନ କୁମାର ମହାରଣା, ଭାଗିରଥି ମହାପାତ୍ର, ପ୍ରକାଶ ସାହୁ, ଚିତ୍ତରଂଜନ ପାଣି ନିର୍ମଳ ସାହୁ, ସୁନିଲ ପ୍ରଧାନ ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇଥିଲେ।

Share

Leave a Reply