ଗୋଟିଏ ଦିନରେ ବାପା-ପୁଅଙ୍କ ଘରୁ ଚୋରି, ଅଳଙ୍କାର ସହ ଟଙ୍କା ଲୁଟିଲେ ଦୁର୍ବୃତ୍ତ

You are currently viewing ଗୋଟିଏ ଦିନରେ ବାପା-ପୁଅଙ୍କ ଘରୁ ଚୋରି, ଅଳଙ୍କାର ସହ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କମରେଇ ଗ୍ରାମର ଜଣଙ୍କ ଘରେ ଆଜି ଚୋର କଳାକନା ବୁଲେଇ ଦେଇଛି। ଗାଁର ଠେଙ୍ଗୁ ସେଠୀଙ୍କ ଘରୁ ରବିବାର ଦିନ ଘର ତାଲା ଭାଙ୍ଗି କେହି ସୁନା, ରୁପା, ୧୦ ହଜାର ଟଙ୍କା ଚୋରି ହୋଇଛି। ଏ ନେଇ ଠେଙ୍ଗୁ ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଠେଙ୍ଗୁ ଘରେ ନ ଥିବା ବେଳେ କେହି ଘରେ ପଶି ତାଙ୍କ ଆଲମିରା ଭାଙ୍ଗି ଚୋରି କରି ନେଇଛନ୍ତି। ସେହିପରି ଟକବା ଅଞ୍ଚଳରେ ରହୁଥିବା ଠେଙ୍ଗୁଙ୍କ ପୁଅ ବିଦେଶୀ ସେଠୀଙ୍କ ଘରୁ ତାଲା ଭାଙ୍ଗି ସୁନା ଗହଣା ସହ ଟଙ୍କା ଚୋରି କରି ନେଇଛନ୍ତି। ଗୋଟିଏ ଦିନରେ ବାପା ଓ ପୁଅଙ୍କ ଘରୁ ଚୋରି ହୋଇଥିବା ବେଳେ ଏହି ଚୋରି ଯୋଜନାବଦ୍ଧ ବୋଲି ଚର୍ଚ୍ଚା ହେଉଛି।

Share

Leave a Reply