ଏମସିଏଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

You are currently viewing ଏମସିଏଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଅନୁଗୁଳ: ଜଙ୍ଗଲରୁ ଏମସିଏଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ତ୍ରିବିଡା ପଂଚାୟତ ଅନ୍ତର୍ଗତ ଛେଳିଆ ଗ୍ରାମର ସୁନିଲ କୁମାର ପ୍ରଧାନ (୩୨)। ସୁନିଲଙ୍କ ବାପା ନୟନ ପ୍ରଧାନଙ୍କ ଲିଖିତ ଅଭିଯୋଗ କ୍ରମେ କଣିହାଁ ପୁଲିସ ଏକ ଅପମୃତ୍ୟୁ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛି।

ସୁନିଲ ଏମସିଏଲ ଲିଙ୍ଗରାଜ କୋଇଲା ଖଣିର ସ୍ଥାୟୀ କର୍ମଚାରୀ। ସୋମବାର ସକାଳେ ସୁନିଲ ବାଇକ ଯୋଗେ ଡ୍ୟୁଟି କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ମଙ୍ଗଳବାର ସକାଳ ୬ଟାରେ ଏକ ମହୁଲ ଗଛରେ ସୁନିଲଙ୍କ ବେକରେ ଗାମୁଛା ବନ୍ଧାଥାଇ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ।

Share

Leave a Reply