ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସ˚ଖ୍ୟା ପୁଣି ବଢ଼ିବାରେ ଲାଗିଛି। ମୟୂରଭଞ୍ଜ, କେରାପୁଟ, ବଲାଙ୍ଗୀର ପରେ ଅନୁଗୁଳରେ ଏହି ଶିଶୁ ଶ୍ରମିକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷରେ ଅନୁଗୁଳ ଶିଳ୍ପାଞ୍ଚଳର ମାନ୍ୟତା ପାଇବା ପରେ ଏହି ସମସ୍ୟା ଉତ୍କଟ ହୋଇଛି। ସରକାରୀ କଟକଣା ହେତୁ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କ ଉପଯୋଗ କରାଯାଉ ନଥିଲେ ହେଁ ଘରେ ଏବ˚ ହୋଟେଲ୍, ଢାବା ଗୁଡ଼ିକରେ ଏମାନଙ୍କୁ ଦେଖିବାକୁ ମିଳୁଛି। ସେହିଭଳି ଅନେକ ଶିଶୁ ପାଠ ନପଢ଼ି ଯାଯାବର ଜୀବନଯାପନ କରୁଛନ୍ତି। ବର୍ଷ ବର୍ଷ ଧରି ଏମାନେ କେବଳ ଭିକ୍ଷାବୃତ୍ତି କରି ପରିବାର ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି। ଆଉ କିଛି ଅଣଓଡ଼ିଆ ଶିଶୁ ବିଭିନ୍ନ ଛକ ବଜାରରେ ରହି ଠେଲାରେ ଗୁପ୍ଚୁପ୍ ବେପାର କରୁଛନ୍ତି। ଏମାନଙ୍କୁ ସୁରକ୍ଷା ଏବ˚ ସାହାରା ଦେବାପାଇଁ ୨୪ ଘଣ୍ଟିଆ ଚାଇଲ୍ଡ ଲାଇନ୍ର ବ୍ୟବସ୍ଥା ଥିଲେ ମଧ୍ଯ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନଙ୍କ ଯୋଗୁଁ ସହରର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ କେତେକ ସ୍ଥାନରେ ନାବାଳକମାନେ ସେମାନଙ୍କ ପିତାମାତାଙ୍କୁ ଠେଲା ଗାଡ଼ିରେ ବସାଇ ଭିକ ମାଗୁଛନ୍ତି। ହୋଟେଲ୍ ଢାବାଗୁଡ଼ିକୁ ଶିଶୁ ଶ୍ରମିକ ମୁକ୍ତ କରାଯାଇ ସେମାନଙ୍କୁ ଶିକ୍ଷାଦୀକ୍ଷା ଦିଆଯାଇ ପାରିଲେ ସମାଜର ମୁଖ୍ୟସ୍ରୋତକୁ ସେମାନେ ଆସିପାରିନ୍ତେ।
ଅସହାୟ ଶିଶୁ ଶ୍ରମିକ
- Post published:December 22, 2020
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul