ଅନୁଗୁଳ: ରୁପେ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡଦ୍ବାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାସ୍ନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ତିଆ (ଏନ୍ପିସିଆଇ) କହିଛି, ରୁପେ କଣ୍ଟାକ୍ଟଲେସ୍ କାର୍ଡରେ ଅଫଲାଇନ୍ ପେମେଣ୍ଟ ଲାଗି ନୂଆ ଫିଚର ଯୋଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ବର୍ତ୍ତମାନ ପାଇଲଟ୍ ପ୍ରୋଜେକ୍ଟ ଭିତ୍ତିରେ ଆରମ୍ଭ କରାଯାଇଛି। ଟ୍ରାଞ୍ଜାକ୍ସନ୍ ଲାଗି ପଏଣ୍ଟ ଅଫ୍ ସେଲ୍ (ପିଓସି) ରହିବା ଜରୁରୀ ବୋଲି ଏହା ସ୍ପଷ୍ଟ କରିଛି। ରିଲୋଡେବଲ୍ ରୁପେ ଏନ୍ସିଏମ୍ସି କାର୍ଡ ସହିତ ଲୋକଙ୍କୁ ନେଣଦେଣ କରିବା ସହଜ ଅଟେ। କାରଣ ନେଟୱର୍କ ମନ୍ଥର ରହିଥିଲେ ମଧ୍ୟ ସହଜ ଏବ˚ ତ୍ବରିତ ଭାବେ ଟ୍ରାଞ୍ଜାକ୍ସନ୍ କରାଯାଇପାରିବ। ଏହି ଫିଚର କାର୍ଡଧାରକଙ୍କ ନେଟୱର୍କ ପକ୍ଷରୁ ଆଶା କରାଯାଇଛି। ଏଥିରେ ମେଟ୍ରୋ ଟିକେଟ, ବସ୍ ଟିକେଟ୍ ଏବ˚ କ୍ୟାବ୍ ଟିକେଟ ଭଳି ପେମେଣ୍ଟକୁ ମଧ୍ୟ ସାମିଲ୍ କରାଯାଇଛି। ଏହା ସାଧାରଣ ନେଣଦେଣଠାରୁ ଅଧିକ ତ୍ବରିତ ବେଗରେ କାମ କରିଥାଏ ବୋଲି କୁହାଯାଉଛି। ଏନ୍ପିସିଆଇ ମୁଖ୍ୟ ନଳିନୀ ବ˚ଶଲ କହିଛନ୍ତି, ଏଭଳି ସୁବିଧା କ୍ୟାସ୍ଲେସ୍ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାରେ ସହାୟତା କରିବ। ଏହି ସେବାକୁ ରିଜର୍ଭ ବ୍ୟାଙ୍କ କିଛି ଦିନ ଆଗରୁ ମଞ୍ଜୁରି ପ୍ରଦାନ କରିଥିଲା। କେବଳ କ୍ଷୁଦ୍ର ନେଣଦେଣ ଲାଗି ଏହା ଉପଲବ୍ଧ ହେବ।
ରୁପେ କାର୍ଡରେ ଅଫ୍ଲାଇନ୍ ପେମେଣ୍ଟ
- Post published:December 21, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal

Tags: Angul