ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ବାଘୁଆପାଟ ଗାଁରେ ଜଙ୍ଗଲ ନିଆଁରୁ ଜଣେ ବ୍ୟକ୍ତିଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି । ବାଘୁଆପାଟ ଗାଁଟି ଜଙ୍ଗଲ ପାଖକୁ ଲାଗି ରହିଛି । ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଜଙ୍ଗଲରୁ ନିଆଁ ଉଡି ବାଘୁଆପାଟ ଗାଁର ବିଜୟ ସିଂଙ୍କର ଘର ଛପର ଉପରେ ପଡ଼ିଥିଲା । ଗ୍ରାମବାସୀ ସମ୍ମିଳିତ ହୋଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ନିଆଁ ଏତେ ଭୟାବହ ଥିଲା ଯେ ଚାହୁଁ ଚାହୁଁ ବିଜୟଙ୍କ ଘରଦ୍ବାର ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲେ ହେଁ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ସବୁକିଛି ଜଳି ଯାଇଥିଲା।
ଜଙ୍ଗଲ ନିଆଁରୁ ଘରପୋଡ଼ି
- Post published:April 1, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau