ବିପୁଳ ପରିମାଣର ବିଦେଶୀମଦ ଜବତ, ୨ ଗିରଫ

You are currently viewing ବିପୁଳ ପରିମାଣର ବିଦେଶୀମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ବୁଧବାର ପୃଥକ ଭାବେ ୨ଟି ସ୍ଥାନରୁ ବିପୁଳ ପରିମାଣର ବିଦେଶୀମଦ ଜବତ କରିଛି। ସୂଚନା ଅନଯାୟୀ, ବୁଧବାର ସକାଳେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୫୫ ନଂ ଜାତୀୟ ରାଜପଥ ର ସନ୍ତ୍ରୀ ଛକଠାରେ ଏକ ବାଇକକୁ ଅଟକାଇଥିଲା। ନୁଆହତା ବିଦେଶୀ ମଦ ଦୋକାନ ର ସେଲ୍ସମ୍ୟାନ ଅଶୋକ କୁମାର ବାଇକ୍ ରେ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୮୦ ଲିଟର ବିଦେଶୀ ମଦ ନେଇ ବଅଁରପାଳ ଯାଉଥିଲେ। ପୁଲିସ ବାଇକ ସହ ବିଦେଶୀମଦ ଜବତକରି ଏକ ମାମଲା ରୁଜୁକରି ଅଶୋକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେହିଭଳି ନୂହତା ଗାଁର ସିଲୁ ଓରଫ ପ୍ରଭାଷ ଚନ୍ଦ୍ର ସାହୁଙ୍କ ଘରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ପ୍ରାୟ ୭୫ ଲିଟର ବିଦେଶୀମଦ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତ ସିଲୁଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply