ହୁକ ପକାଇ ଶିକାରୀ ଗିରଫ

You are currently viewing ହୁକ ପକାଇ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦେଶ୍ୟରେ ବେଆଇନ ଭାବେ ହୁକ ପକାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ, ଗୁମ୍ଫାହିଲ ସଂହରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ଲାଗି ବେଆଇନ ଭାବେ ହୁକ ପକାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ବନ ବିଭାଗ ତରଫରୁ ଛାନ୍ଭିନ୍ ଚାଲିଥିଲା। ବନ ବିଭାଗ ତଦନ୍ତକରି କଣିହାଁ ବୁରୁବାହାଳ ଗାଁର ହୃଷୀକେଶ ଦାସ(୨୩)ଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି ରବିବାର କୋର୍ଟ ଚାଲଣ କରିଛ। ଏହି ଘଟଣାରେ ସେହି ଗାଁର ଅଶୋକ ନାଏକ(୩୨) ଓ କୈଳାସ ଦାସ(୩୪) ସମ୍ପୃକ୍ତ ଥିବା ଜଣା ଯାଇଛି। ସେମାନେ ଫେରାର ଅଛନ୍ତି ବୋଲି ବନବିଭାଗ କହିଛି।

Share

Leave a Reply