ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

You are currently viewing ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜୟପଙ୍ଗା ଗାଁର ତ୍ରୀଲୋଚନ ପ୍ରଧାନଙ୍କୁ ପୋଲିସ ମଙ୍ଗଳବାର ସ୍ତ୍ରୀ ହତ୍ୟା ଅଭିଯୋଗରେ ଗିରଫ କରିଛି।

ସୂଚନା ଅନୁଯାୟୀ ଗତ ୧୧ ବର୍ଷ ତଳେ ତ୍ରୀଲୋଚନ କଣଲୋଇ ଗାଁର ମମତା ମାଝୀଙ୍କୁ ବିବାହ କରିଥିଲେ। ତେବେ ଏକ ଲକ୍ଷ ଟଙ୍କା ଯୌତୁକ ଦାବିକରି ତାଙ୍କୁ ସ୍ବାମୀ ଓ ଶଶୁର ଘର ଲେଶକ ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ସକାଳେ ମମତାଙ୍କୁ ଟାଙ୍ଗିଆରେ ଫଶାମାରି ଘରେ ଝୁଲାଇ ହତ୍ୟା କରାଯାଇଥିବା ନେଇ ମମତାଙ୍କ ଭାଇ ଶୁନିଲ ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଚ୍ଛେଦ କରାଇଛି। ଏଥିସହ ତ୍ରୀଲୋଚନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply