ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ଟ୍ରକ୍ ବାଇକ୍ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ କଲେଜ ଛକ ଅଞ୍ଚଳର ମଙ୍ଗୁଳି ନାୟକ ଓ ସ୍ତ୍ରୀ ସାବିତ୍ରୀ ନାୟକ ନିଜ ବାଇକ୍(ଆର୧୯ଇ-୦୦୬୯)ରେ ବୁଢ଼ାପଙ୍କ ଗାଁକୁ ଯାଉଥିଲେ। ଅପରାହ୍ନ ପ୍ରାୟ ୧ଟା ୩୦ରେ ଏକ ଟ୍ରକ୍(ଓଡି୧୬ଏଚ୍-୦୮୭୦) ମଙ୍ଗୁଳିଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀ ସାବିତ୍ରୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ତୁରନ୍ତ ରାସ୍ତା ନିର୍ମାଣ, ମୃତଙ୍କ ପରିବାରକୁ କ୍ଷତି ପୂରଣ ଦିଆଯିବା ଦାବି କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ମୋଟର ଯାନ ଠିଆ ହୋଇ ରହିଥିଲା। ଖବର ପାଇ ଘଟଣା ସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା କରିଥିଲା।
ଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
- Post published:June 29, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
