୨୦୨୫ ଫେବୃଆରୀରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

You are currently viewing ୨୦୨୫ ଫେବୃଆରୀରେ ୧୨୫ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ଭୁବନେଶ୍ୱର: ଚଳିତ ବର୍ଷ ଅର୍ଥାତ୍ ୨୦୨୫ ମସିହା ଫେବୃଆରୀ ମାସର ଗରମ ଗତ ୧୨୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ସୂଚନା ମୁତାବକ, ୧୯୦୧ ମସିହା ଠାରୁ  ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହୋଇଥିଲା। ତାପରଠାରୁ ଏହା ସବୁଠୁ ଉତ୍ତପ୍ତ ଫେବୃଆରୀ ମାସ ଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଫେବୃଆରୀ ମାସରେ ଭାରତରେ ହାରାହାରି ତାପମାତ୍ରା ୨୨.୦୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା, ଯାହା ସ୍ବାଭାବିକ ଠାରୁ ୧.୩୪ ଡିଗ୍ରୀ ସେଲସିୟସ ଅଧୂକ । ସେହିପରି ମାର୍ଚ୍ଚ ରୁ ମେ’ ମାସ ଯାଏଁ ଅସହ୍ୟ ଗରମ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share

Leave a Reply