ଲିଙ୍ଗରାଜ କୋଇଲା ଖଣିରେ ଅଘଟଣ

You are currently viewing ଲିଙ୍ଗରାଜ କୋଇଲା ଖଣିରେ ଅଘଟଣ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଜଣେ ସୁରକ୍ଷା କର୍ମୀ କୋଇଲା ଚୋରଙ୍କୁ ଧରିବାକୁ ଯାଇ ତତଲା ପାଉଁଶରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସୋମବାର ଦିନ ପ୍ରାୟ ୨ଟା ବେଳେ କିଛି ଦୁବୃର୍ତ୍ତ କୋଇଲା ଚୋରି କରିବାକୁ ଲିଙ୍ଗରାଜ ଖଣି ଭିତରକୁ ପ୍ରବେଶ କରିଥିଲେ। ଏ ସଂପର୍କରେ ସୂଚନା ପାଇ କୋଇଲା ଖଣିର ସୁରକ୍ଷା କର୍ମଚାରୀ ମଙ୍ଗୁଳୁ ସିଠ(୪୭) ସେମାନଙ୍କୁ ଗୋଡ଼ାଇ ଥିଲେ । ସୁରକ୍ଷାକର୍ମୀ କୋଇଲା ମାଫିଆଙ୍କ ପଛରେ ଗୋଡ଼ାଇବା ବେଳେ କୋଇଲା ପୋଡ଼ି ପାଉଁଶ ଜମା ହୋଇଥିବା ସ୍ଥାନରେ ତାଙ୍କ ଗୋଡ଼ ପଡିଯାଇଥିଲା। ଫଳରେ ଶ୍ରୀ ସିଠଙ୍କ ଦୁଇ ଗୋଡ଼ ଓ ଡାହାଣ ହାତ ନିଆଁରେ ପୋଡ଼ି ଯାଇଥିଲା। ଅନ୍ୟ ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ତାଳଚେର ମେଡିକାଲରେ ଭର୍ତି କରିଥିଲେ।

Share

Leave a Reply