ଭାରତର ଏହି ରାଜ୍ୟରେ ପାଳିତ ହୁଏନି ସ୍ୱାଧୀନତା ଦିବସ, ଉଡ଼େନି ତ୍ରିରଙ୍ଗା; ଜାଣନ୍ତୁ କାହିଁକି ?

You are currently viewing ଭାରତର ଏହି ରାଜ୍ୟରେ ପାଳିତ ହୁଏନି ସ୍ୱାଧୀନତା ଦିବସ, ଉଡ଼େନି ତ୍ରିରଙ୍ଗା; ଜାଣନ୍ତୁ କାହିଁକି ?

ଅଗଷ୍ଟ ୧୫ ତାରିଖ ଦିନ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିଥାଏ। କିନ୍ତୁ ଏପରି ଏକ ରାଜ୍ୟ ରହିଛି, ଯିଏ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିନଥାଏ। ସେ ରାଜ୍ୟରେ ନାମ ହେଉଛି ଗୋଆ। ୧୫ ଅଗଷ୍ଟ ୧୯୪୭ରେ ଭାରତ ଇଂରେଜମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନ ହୋଇ ସାରିଥିଲା। କିନ୍ତୁ ଗୋଆ ହେଉଛି ସେହି ରାଜ୍ୟ ଯେଉଁଠି ଭାରତ ସ୍ୱାଧୀନତା ପାଇବା ପରେ ବି ପର୍ତ୍ତୁଗୀଜଙ୍କର ଶାସନ ଚାଲୁଥିଲା। ଏଥିପାଇଁ ଗୋଆ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ ନାହିଁ। ୧୫୧୦ରେ ପର୍ତ୍ତୁଗୀଜମାନେ ଗୋଆ ଉପରେ ଆକ୍ରମଣ କରିଥିଲେ। ଆଉ ଏହା ପର ଠାରୁ ଗୋଆରେ ପ୍ରାୟ ୪୦୦ ବର୍ଷ ଧରି ପର୍ତ୍ତୁଗୀଜମାନେ ଶାସନ କରିଥିଲେ। ତେବେ ଭାରତକୁ ସ୍ୱାଧୀନତା ମିଳିବାର ୧୪ ବର୍ଷ ଅର୍ଥାତ୍‌ ୧୯୬୧ ମସିହାରେ ଗୋଆ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ ହୋଇଥିଲା।

ଏହା ବ୍ୟତୀତ ଭାରତ ସରକାର ଅନେକ ଥର ଗୋଆକୁ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ କରାଇାବା ପାଇଁ ଚେଷ୍ଟା ଚଳାଇଥିଲେ। କିନ୍ତୁ ପର୍ତ୍ତୁଗୀଜମାନେ ଗୋଆ ଛାଡ଼ିବାକୁ ମନା କରିଦେଲେ। କାରଣ ଗୋଆକୁ ମସଲା ବେପାର ପାଇଁ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଜାଗା ବୋଲି କୁହାଯାଉଥିଲା। ମସଲା ବ୍ୟବସାୟରେ ପର୍ତ୍ତୁଗୀଜଙ୍କୁ ବହୁତ ଲାଭ ମିଳୁଥିଲା। ଏଥିପାଇଁ ସେ ଗୋଆକୁ ଛାଡ଼ିବାକୁ ଚାହୁଁନଥିଲେ।

ତେବେ ସବୁ ଚେଷ୍ଟା ବିଫଳ ହେବା ପରେ ଭାରତ ସରକାର ଗୋଆକୁ ସ୍ୱାଧୀନତା ଦେବା ପାଇଁ ଏୟାର ଷ୍ଟ୍ରାଇକ ଓ ସ୍ଥଳ ସେନାକୁ ଲଢ଼େଇ ପାଇଁ ପ୍ରସ୍ତୁତ କଲେ। ଏହି ଉଦ୍ୟମ ସଫଳ ହେଲା ଏବଂ ୧୯ ଡିସେମ୍ବର ୧୯୬୧ରେ ଗୋଆ ପର୍ତ୍ତୁଗୀଜଙ୍କ ଠାରୁ ମୁକ୍ତ ହେଲା। ଏହି କାରଣ ପାଇଁ ଗୋଆ ୧୯ ଡିସେମ୍ବରକୁ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ।

Share

Leave a Reply