ଅନୁଗୁଳ ଓ ଢେଙ୍କାନାଳର ମିଳିତ ନିର୍ବାଚନ ପ୍ରସ୍ତୁତି ବୈଠକ

You are currently viewing ଅନୁଗୁଳ ଓ ଢେଙ୍କାନାଳର ମିଳିତ ନିର୍ବାଚନ ପ୍ରସ୍ତୁତି ବୈଠକ

ଅନୁଗୁଳୁ: ସାଧାରଣ ନିର୍ବାଚନ ୨୦୨୪ କୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ଅନୁଗୁଳ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ଓ ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ ପ୍ରସ୍ତୁତି ଓ ସମନ୍ବୟ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଦୁଇ ଜିଲ୍ଲାରେ ମୁଖ୍ୟତଃ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଢନ୍ତର୍ଗତ ସମସ୍ତ ବିଧାନସଭା ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତିକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଦୁଇ ଜିଲ୍ଲାରେ ନିର୍ବାଚନ ନିମନ୍ତେ ଚଳିତ ମାସ ୨୯ ତାରିଖରେ ବିଧ‌ିବଦ୍ଧ ଭାବେ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ । ସେହିପରି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମଇ ୬, ପ୍ରାର୍ଥୀ ପତ୍ର ଯାଞ୍ଚ ମଇ ୭ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ମଇ ୯ ତାରିଖ ହୋଇଥ‌ିବାରୁ ଏହି ସମସ୍ତ ପ୍ରକ୍ରିୟା “ସୁବିଧା” ଓ ‘ ଏନକୋଡ୍” ପୋର୍ଟାଲ୍ ମାଧ୍ୟମରେ କିପରି କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ସମୀକ୍ଷା କରାଯାଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଓ ପ୍ରତାପ ପ୍ରୀତିମୟ,ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଓ ଅନିତା ପାତ୍ର , ଅନୁଗୁଳ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତ ଚାଟାର୍ଜୀ, ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ,ପାଳଲହଡା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି, ଆଠମଲ୍ଲିକ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ପାତ୍ର, ଢେଙ୍କାନାଳ ଉପଜିଲ୍ଲାପାଳ ସପନ କୁମାର ନନ୍ଦ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ ଓ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply