ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ ହୋଇ ବଜାରରେ ଏଣେତେଣେ ବୁଲିବା ଖବର ପ୍ରଶାସନ ପାଖରେ ପହଞ୍ଚିଥିଲା। ତେଣୁ ବାଧ୍ୟ ହୋଇ ବିଡ଼ିଓ ଏଲିଜା ମିଶ୍ର, ତହସିଲଦାର ଜିତେନ୍ଦ୍ର ସାହୁ, ଥାନାଧିକାରୀ ସୁନିଲ କରଙ୍କ ଉପସ୍ଥିତିରେ ଏହି ଦୁଇ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯିବା ନେଇ ସରପଞ୍ଚ ସଚ୍ଚି ବେହେରା ପ୍ରକାଶ କରିଛନ୍ତି । ଗ୍ରାମର ପ୍ରତ୍ୟେକ ପ୍ରବେଶ ସ୍ଥାନରେ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି ।
ଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା
- Post published:May 7, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
