ମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

You are currently viewing ମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଅନୁଗୁଳ: ଆଷାଢ଼ ବିତିବାକୁ ବସିଲାଣି। ଏବେ ଅସରାକୁ ଅସରା ବର୍ଷା ହେବା କଥା। କିନ୍ତୁ ଟାଇଁ ଟାଇଁ ଖରାରେ ଧାନଗଛ ଝାଉଁଳିଲାଣି। ପାଳଲହଡ଼ା ବ୍ଲକ୍‌ରେ ମରୁଡ଼ି ହେବା ନେଇ ଚାଷୀମାନେ ଆଶଙ୍କା କଲେଣି। ବ୍ଲକ୍‌ରେ ଚାଷ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରିଥାଏ। ବର୍ଷା ଅଭାବରୁ ଚାଷୀମାନେ ହତାଶ ହୋଇପଡ଼ିଲେଣି। ଇନ୍ଦ୍ରଦେବ ତୁରନ୍ତ ବର୍ଷା କରିବେ- ସେହି ବିଶ୍ବାସରେ ଶୁକ୍ରବାର ଝିମିରିପାଲିରେ ତାଙ୍କୁ ପୂଜା କରାଯାଇଛି। ଗ୍ରାମବାସୀ ଗାଁ ପୂଜାମଣ୍ଡପରେ ଅଖଣ୍ଡ ଯଜ୍ଞ ଆରମ୍ଭ କରିଛନ୍ତି। ନାମସଂକୀର୍ତ୍ତନ, ହରିବୋଲ, ହୁଳହୁଳିରେ ଯଜ୍ଞସ୍ଥଳ ପ୍ରକମ୍ପିତ ହୋଇଥିଲା। ଗାଁର ମହିଳାମାନେ ୨ କିଲୋମିଟର ଦୂର ଜଙ୍ଗଲ ଭିତରକୁ ଗ୍ରାମଦେବୀଙ୍କ ପୀଠକୁ ଯାଇ ଜଳଲାଗି କରିଥିଲେ। ପଥର ଖୋଲରେ ପାଣିଢାଳି ଇନ୍ଦ୍ରଦେବଙ୍କୁ ପୂଜା କରିଥିଲେ। ଚାଷ ସମୟରେ ପ୍ରତିବର୍ଷ ଏଠାରେ ଗାଁଲୋକେ ପୂଜା କରିଥାଆନ୍ତି। ଇନ୍ଦ୍ରଦେବଙ୍କୁ ପୂଜାକଲେ ନିଶ୍ଚିତ ବର୍ଷା ହେବ ବୋଲି ସେମାନଙ୍କର ବିଶ୍ବାସ ଥିବା ଗାଁ ପୂଜାକମିଟି ସଭାପତି ଧର୍ମେନ୍ଦ୍ର ସାହୁ କହିଛନ୍ତି।

Share

Leave a Reply