ଅନୁଗୁଳ: ଅନୁଗୁଳ ଜିଲ୍ଲା ଜେଏସପିଏଲ୍ ଫାଉଣ୍ଡେସନ ଓ ଅନୁଗୁଳ ଜିଲ୍ଲା ସମନ୍ଵିତ ଶିଶୁ ବିକାଶ ଯୋଜନାର ମିଳିତ ସହଯୋଗରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପାଳନ କରାଯାଉଛି। ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯାଞ୍ଚ କମିଟିର ସଦସ୍ୟା, ମାତୃ ମଙ୍ଗଳ କମିଟି, ୬ ମାସରୁ କମ ବୟସ୍କ ଶିଶୁଙ୍କ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଗର୍ଭବତୀ ମହିଳା ତଥା କିଶୋରୀ ବାଳିକା ମାନେ ଯୋଗ ଦେଇଛନ୍ତି। ଜେଏସପିଏଲ୍ ଫାଉଣ୍ଡେସନର କ୍ଷେତ୍ର କର୍ମଚାରୀଙ୍କସହ ଅଙ୍ଗନବାଡି ଏବଂ ଆଶା କର୍ମୀ ମାନେ ଏହି କାର୍ଯ୍ୟକ୍ରମ ନିମିତ୍ତ ଚିହ୍ନିତ ହୋଇଥିବା ମହିଳାଙ୍କୁ ସ୍ତନ୍ୟପାନର ମହତ୍ଵ ଏବଂ ଏହା କିପରି ଶିଶୁଙ୍କର ଆଦର୍ଶ ପୋଷଣ ଭାବେ କାର୍ଯ୍ୟ କରିଥାଏ ସେ ସମ୍ବନ୍ଧରେ ସଚେତନ କରାଇଛନ୍ତି। ଗୋଷ୍ଠୀ ସମର୍ଥନରେ ମା’ ମାନେ କିପରି ୬ ମାସରୁ କମ ବୟସ୍କ ଶିଶୁଙ୍କୁ ସ୍ତନ୍ୟପାନ ହିଁ କରାଇବେ ସେ ଉପକ୍ରମ ଉପରେ ସ୍ଵତନ୍ତ୍ର ଭାବେ ଦ୍ରୁଷ୍ଟି ପ୍ରଦାନ କରାଯାଇଅଛି। ଚଳିତ ବର୍ଷର ବିଷୟ ବସ୍ତୁ “ନିରାପଦ ସ୍ତନ୍ୟପାନର ସମ୍ମିଳିତ ଦାୟିତ୍ଵ “ ଉପରେ ଉପସ୍ଥିତ ଥିବା ସମସ୍ତଙ୍କୁ ସୂଚନା ଦିଆଯିବା ସହ ସେମାନଙ୍କ ଶିଶୁଙ୍କୁ କୋଭିଡ ଭୂତାଣୁ ଠାରୁ କିପରି ଦୂରେଇ ରଖିବେ ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଅଛି। ମା’ ମାନଙ୍କୁ ଶିଶୁଙ୍କ ସଠିକ ଯତ୍ନ ନେବା ନିମନ୍ତେ ,ଜେଏସପିଏଲ୍ ଫାଉଣ୍ଡେସନ ପକ୍ଷରୁ ପ୍ରୋତ୍ସାହନ ସ୍ୱରୂପ ଶିଶୁଙ୍କୁ ସ୍ଵତନ୍ତ୍ର ଖାଦ୍ୟ ବାସନ ପ୍ରଦାନ କରଯାଇଛି। ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵବ୍ୟାପୀ ପାଳିତ ହୋଇଥାଏ।
ଜେଏସପିଏଲ୍ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ
- Post published:August 3, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
