ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଫଳ, ୫୮ରୁ ୫୬ ଛାତ୍ରୀ ଫାଷ୍ଟ୍ କ୍ଲାସ୍

0

ଅନୁଗୁଳ: ଚଳିତ ବର୍ଷ ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳରେ ବାଜିମାତ୍ କରିଛନ୍ତି ଅନୁଗୁଳ ମହିଳା ମହାବିଦ୍ୟାଳୟର ଛାତ୍ରୀ । କଲେଜ କେବଳ ଶତ ପ୍ରତିଶତ ରେଜଲ୍ଟ କରିନି, ବରଂ ମୋଟ୍ ୫୮ ଛାତ୍ରୀଙ୍କ ମଧ୍ୟରୁ ୫୬ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଅବଶିଷ୍ଟ ୨ ଜଣ ଛାତ୍ରୀ ଦ୍ଵିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଦ୍ଵିତୀକ୍ରିଷ୍ଣା ସାହୁ ଓ ଲୋପାମୁଦ୍ରା ବେହେରା ସମାନ ମାର୍କ ରଖି କଲେଜର ଯୁଗ୍ମ ଟପ୍ପର ହୋଇଛନ୍ତି। ଉଭୟ ୪୯୩ ଲେଖାଏଁ ନମ୍ବର ରଖିଛନ୍ତି। ସୁଭଦ୍ରା ସାହୁ ୪୮୦ ମାର୍କ ରଖି ଦ୍ବିତୀୟ ଓ ସଙ୍ଗୀତା ପଣ୍ଡା ୪୭୦ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଏକ୍ସ ରେଗୁଲାର ପରୀକ୍ଷା ପାଇଁ ମୋଟ୍ ୧୬ ଜଣ ଛାତ୍ରୀ ଫର୍ମ ଭରିଥିଲେ। ଏଥିରୁ ୫ ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୩ ଜଣ ତୃତୀୟ ଶ୍ରେଣୀରେ, ୫ ଜଣ କମ୍ପାଟମେଣ୍ଟାଲ୍ ଓ ୩ ଜଣ ଫେଲ୍ ହୋଇଥିବା କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.

error: Content is protected !!