ବିଦ୍ୟୁତ ଆଘାତରେ ପୁଣି ଗଲା ଦନ୍ତା ଜୀବନ

You are currently viewing ବିଦ୍ୟୁତ ଆଘାତରେ ପୁଣି ଗଲା ଦନ୍ତା ଜୀବନ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ବାସୁଦେବପୁର ପଞ୍ଚାୟତ ମୁଣ୍ଡାପଡ଼ା ଖେସରା ଗ୍ରାମ୍ୟ ଜଙ୍ଗଲରୁ ଶନିବାର ସକାଳୁ ଏକ ଦନ୍ତାହାତୀର ମୃତ ଦେହ ଉଦ୍ଧାର ହୋଇଛି। ଜଙ୍ଗଲରେ ବାରହା ଶିକାର ପାଇଁ କେହି ଦୁର୍ବୃତ୍ତ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାହାତୀ ସେଥିରେ ପଡ଼ିଯାଇଥିଲା।

ଖବର ପାଇ ଭୁବନେଶ୍ୱରରୁ ବନ୍ୟ ପଶୁପ୍ରାଣୀ ପ୍ରଧାନ ମୁଖ୍ୟ ବନ ସରଂକ୍ଷକ ସୁଶୀଲ କୁମାର ପାପୁଲି, ଅନୁଗୁଳରୁ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଯୋଗାନନ୍ଦ, ଦାୟିତ୍ୱରେ ଥିବା ବନଖଣ୍ଡ ଅଧିକାରୀ ବିବେକ କୁମାର, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା, ସହକାରୀ ବନ ସଂରକ୍ଷକ ଗୌରୀଶଙ୍କର ଦାସ, ସାତକୋଶିଆ ଓ ଆଠମଲ୍ଲିକ ପଶୁ ଚିକିତ୍ସକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ମୃତ ଦନ୍ତାହାତୀର ୨ ଦାନ୍ତକୁ ଉଦ୍ଧାର କରାଯାଇଥିବା ଏସିଏଫ୍ ସୂଚନା ଦେଇଛନ୍ତି। ମୃତ ହାତୀକୁ ବ୍ୟବଚ୍ଛେଦ କରାଯାଇ ଲାବ୍ରୋଟୋରିକୁ ପଠାଯାଇଥିବା ବେଳେ ଶରୀରକୁ ଗାତ ଖୋଳି ପୋତାଯାଇଥିବା ଜଣାଯାଇଛି।

Share

Leave a Reply