ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ କହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ୧୧ ତମ ବାର୍ଷିକ ଉତ୍ସବ ଟାଉନ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ଡକ୍ଟର ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଏବଂ ଡକ୍ଟର ରଶ୍ମି ପ୍ରଭା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବେହେରା, ଅଧ୍ୟକ୍ଷା ହେମାଙ୍ଗିନୀ ବେହେରା, କୋଷାଧ୍ୟକ୍ଷ ପୁଷ୍ପଲତା ବେହେରା ଏବଂ ସମସ୍ତ ଅତିଥି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ସ୍ବାଗତ ଭାଷଣ ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
କହ୍ନେୟା ମଣ୍ଟେଶ୍ବରୀ ଲର୍ଣ୍ଣିଙ୍ଗ୍ ଏକାଡେମୀର ବାର୍ଷିକ ଉତ୍ସବ ପାଳନ
- Post published:February 17, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


