କେନାଲରୁ ଉଦ୍ଧାର ସମ୍ବରର ମୃତ୍ୟୁ

You are currently viewing କେନାଲରୁ ଉଦ୍ଧାର ସମ୍ବରର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଉଦ୍ଧାର ହୋଇଥିବା ତୃଷାର୍ତ୍ତ ସମ୍ବରର ମୃତ୍ୟୁ ଘଟିଛି। ବନ ବିଭାଗ ଏକ ଫାର୍ମରେ ରଖି ତାର ଚିକିତ୍ସା କରୁଥିବା ବେଳେ ଶନିବାର ପ୍ରାଣହାନି ଘଟିଥିବା ଜଣାଯାଇଛି । ଡା. ବିନୟ କୁମାର ମହାନ୍ତିଙ୍କ ଦ୍ବାରା ମୃତ ସମ୍ବରର ଶବ ବ୍ୟବଚ୍ଛେଦ କରାଯାଇଥିଲା। ରେଞ୍ଜର୍ ସନ୍ତୋଷ କୁମାର ଭୋଇ, ଫରେଷ୍ଟର ବାବୁଲି ପ୍ରଧାନଙ୍କ ସମେତ ବନ କର୍ମଚାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପରେ ମାଟିଖୋଳି ପୋତି ଦିଆଯାଇଥିଲା। ଉଦ୍ଧାର ବେଳେ ସମ୍ବରଟିର ଖୁରା କଟି ଯାଇଥିଲା। ବନ୍ୟଜନ୍ତୁଟି ଖଣ୍ଡିଆ ଖାବରା ହୋଇଯାଇଥିଲା ବେଳେ ଗୋଡ଼ ଭାଙ୍ଗି ଯାଇଥିବାରୁ ସମ୍ବରଟିର ମୃତ୍ୟୁ ହୋଇଥିବା ବନ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଚିକିତ୍ସା ଅବହେଳା ଅଭିଯୋଗ ହୋଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ରେଞ୍ଜର୍ ଶ୍ରୀ ଭୋଇ କହିଛନ୍ତି।

Share

Leave a Reply