ମା’ ଧନଲକ୍ଷ୍ମୀଙ୍କ ଆଜ୍ଞା ଲଡୁ ନିଲାମ, ୧୭ ହଜାର ୭୭୮ ଟଙ୍କାରେ ନେଲେ ସୁଧାକର ଦାସ

You are currently viewing ମା’ ଧନଲକ୍ଷ୍ମୀଙ୍କ ଆଜ୍ଞା ଲଡୁ ନିଲାମ, ୧୭ ହଜାର ୭୭୮ ଟଙ୍କାରେ ନେଲେ ସୁଧାକର ଦାସ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବଜାରରେ ଚାଲିଥିବା ଲକ୍ଷ୍ମୀପୂଜାର ୬ଷ୍ଠ ଦିନରେ ମା’ ଧନଲକ୍ଷ୍ମୀଙ୍କ ଆଜ୍ଞା ଲଡୁ ନିଲାମ ହୋଇଛି। ସୁଧାକର ଦାସ ୧୭,୭୭୮ ଟଙ୍କାରେ ମା’ଙ୍କ ଆଜ୍ଞା ଲଡୁ ନିଲାମ ଧରିଥିଲେ। ଏ ଅବସରରେ ନିଲାମଧାରୀଙ୍କୁ ଲଡ଼ୁ ସହ ମା’ଙ୍କ ଫଟୋ ପ୍ରଦାନ କରାଯାଇଥିଲା।

ଉତ୍ସବରେ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣିକ ସଂଘ ସମ୍ପାଦକ ଅଖିଳ କୁମାର ମହପାତ୍ର, ଅନ୍ୟତମ ଅତିଥି ଭାବେ ସଂଘ କୋଷାଧ୍ଯକ୍ଷ ଜିତେନ୍ଦ୍ର ସାମଲ ଓ ନୂଆହତା ସରପଞ୍ଚ ରେଣୁବାଳା ଧୀର ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୌର ଚନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ସତ୍ୟାନନ୍ଦ ଧୀର, ସମ୍ପାଦକ ଅରୁ ମହାପାତ୍ର, କୋଷାଧ୍ୟକ୍ଷ ଶକ୍ତି ରାଉତ ଓ ସମସ୍ତ ବ୍ୟବସାୟୀ ସହଯୋଗ କରିଥିଲେ।

Share

Leave a Reply